ରିପୋର୍ଟ କାର୍ଡ / ସମ୍ବଲପୁର
ଗାଈ ଗୋଠ ଉପରେ ବଜ୍ରାଘାତ ହୋଇଛି । ଗୋଠରେ ଚାରୁଥିବା ୨୫ ଗାଈଙ୍କର ମୃତ୍ୟୁ ହୋଇଛି | ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ପାଣିମୁରା ପଞ୍ଚାୟତ ଜରେସିଂଘା ଗାଁରେ । ଗୋଠରେ ଗାଇ ଚରୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ- ଗାଁର ଏକ ଗାଈ ଗୋଠ ନିକଟସ୍ଥ ପଡିଆକୁ ଘାସ ଚରିବାକୁ ଯାଇଥିବା ସମୟରେ ହଠାତ୍ ବର୍ଷା ଆରମ୍ଭ ହୋଇଯାଇଥିଲା ଏହାପରେ ଗାଈ ଚରାଳି ଗାଈ ଗୋଠକୁ ଏକାଠି କରି ଘରକୁ ନେବା ସମୟରେ ବଜ୍ରାଘାତ ହୋଇଥିଲା । ଏଭଳି ଅଭାବନୀୟ ଘଟଣାରେ ଏବେ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି |






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..