ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ପାରାଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣପଦକ | ସୁମିତ ଅନ୍ତିଲ ସ୍ବର୍ଣ୍ଣପଦକ ହାସଲ କରି ବିଶ୍ବ ରେକର୍ଡ କରିଛନ୍ତି । ୬୮.୫୫ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଜିତିଲେ ସ୍ବର୍ଣ୍ଣ ପଦକ। ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ୭ ପଦକ ମଧ୍ୟରେ ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ରୌପ୍ୟ ପଦକ ରହିଛି। ଚଳିତ ଟୋକିଓ ପାରାଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ସୁନା ବର୍ଷା ହୋଇଛି। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୦୮ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..