Report Card Odisha

| Daily Odia News

ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ବିଜୟ ଉତ୍ସବ ପାଳନ କରୁଛି ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୁଦ୍ଧର ଅନ୍ତ ଘଟାଇ ଆଫଗାନିସ୍ତାନ ଛାଡିଛନ୍ତି ଆମେରେକୀୟ ସେନା । ଆମେରିକା ସୈନ୍ୟ ବିମାନ ଉଡ଼ିବା ପରେ ତାଲିବାନ୍ ଆଫଗାନିସ୍ତାନକୁ ପୂର୍ଣ୍ଣ ସ୍ବାଧୀନ ଦେଶ ଭାବେ ଘୋ‌ଷଣା କରିଛି । ଖୁସିରେ ତାଲିବାନ ଆରମ୍ଭ କରିଦେଇଛନ୍ତି ତ୍ସବ ମାହୋଲ । ବିଳମ୍ୱିତ ରାତିରେ ଆତସବାଜୀ ଓ ଗୁଳିରେ କମ୍ପିଥିଲା କାବୁଲ । ଆକାଶରୁ ହୋଇଥିଲା ଆତସବାଜୀ ଓ ଗୁଳିବର୍ଷା । ତାଲିବାନୀ ଆତଙ୍କୀମାନେ ଶୂନ୍ୟକୁ ଗୁଳି ଚାଳନା କରିବା ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ସବୁରି ମୁହଁରେ ଥିଲା ଗୋଟିଏ କଥା ଶକ୍ତିଶାଳୀ ସେନାକୁ ତଡ଼ିବାରେ ଆମେ ସଫଳ । ଆଉ ଖୁସିରେ ପାଳନ କରୁଛୁ ବିଜୟ ଉତ୍ସବ । ସମଗ୍ର ବିମାନ ବନ୍ଦରକୁ କବ୍‌ଜା କରିଛି ତାଲିବାନ । ଏଥିପାଇଁ ଆମେରିକା ସେନା ମଧ୍ୟ ତାଲିବାନକୁ ସମସ୍ତ ସହାୟତା କରିଛି। ସାମରିକ ଜୋନ୍‌ରୁ ଏଣିକି କୌଣସି ବିମାନ ତାଲିବାନର ବିନା ଅନୁମୋଦନରେ ଉଡ଼ାଣ କରିପାରିବ ନାହିଁ ବୋଲି ଘୋଷଣା କରାଯାଇଛି। ଉଡ଼ାଣ ଉପରେ ତାଲିବାନ କଟକଣା ଜାରି କରିବା ସହ ଏଣିକି ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ତାଲିବାନର କଡ଼ା ଯାଞ୍ଚ ବ୍ୟବସ୍ଥା ଭିତରେ ହିଁ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

ସୂଚନା ଅନୁସାରେ-ଅଗଷ୍ଟ ୧୪ରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ୧ ଲକ୍ଷ ୧୭ ହଜାର ଲୋକଙ୍କୁ ଖାଲି କରାଇଛନ୍ତି। ଆଜି ଶେଷ ପର୍ଯ୍ୟାୟରେ ୧୨ ସହ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପ୍ରବକ୍ତା କହିଛନ୍ତି। ବ୍ରିନେଟ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା‌ ଗତକାଲିଠାରୁ ଶେଷ କରିଛନ୍ତି। ଅନ୍ୟପକ୍ଷରେ ରୁଷ୍‌ କହିଛି ଯେ ଆଫଗାନିସ୍ତାନରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ହୋଇଛି ଏବଂ ଏଥିପାଇଁ ତାଲିବାନର ମଧ୍ୟ ସମ୍ମତି ଅଛି। ଭାରତ ସରକାର ଉଦ୍ଧାର କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାବୁଲରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ଜେ ବିମାନ ଆଜି ଭାରତ ଫେରି ଆସିଛି। କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଥିବା ଜଣାପଡ଼ିଛି।

Breaking News