ରିପୋର୍ଟ କାର୍ଡ / କଟକ
ନିଜକୁ ସାମ୍ବାଦିକ ଲୁଟୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୋଲିସ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ଅସାମାଜିକ ବ୍ୟକ୍ତି ଠାବ ହୋଇ ପାରିବେ । ଗାଡ଼ିରେ ପ୍ରେସ୍ ଲେଖି ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍ ଲେଖି ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ରହିଛି । ଲକଡାଉନ୍ କାଳରେ ଗାଡ଼ିରେ ପ୍ରେସ୍ ଲେଖି କିଛି ସାଧାରଣ ଲୋକ ବୁଲାବୁଲି କରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପୋଲିସ୍ ଜାଲରେ ପଡିଥିଲେ । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ୍ ମଧ୍ୟ ବିକ୍ରି କରୁଥିଲେ । ଏହି ସବୁ ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବ କମିଶନରେଟ ପୋଲିସ ।






More Stories
ଉଛେଦ ହେଲା ପ୍ରଣବଙ୍କ ଫାର୍ମ ହାଉସ ଜମି…..
ଚାଲିପାରିଲାନି ପ୍ରଶ୍ନକାଳ,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ…..
ଲିଭିବାର ନାଁ ନେଉନି ସୁପର ମାର୍ଟର ନିଆଁ…..