Report Card Odisha

| Daily Odia News

ଟ୍ରକ-କ୍ରୁଜର ମୁହାଁମୁହିଁ ଧକ୍କା,୧୧ ମୃତ, ୬ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ଶ୍ରୀବାଲାଜୀ ସହର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହାସହ ସ୍ଥାନୀୟ ଲୋକଙ୍କ ସହାୟତରେ ଆହତ ମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ମଙ୍ଗଳବାର ସକାଳ ନାଗୋର ଜିଲ୍ଲା ଶ୍ରୀବାଲାଜୀ ସହର ବାଇପାସ ନିକଟରେ ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା କ୍ରୁଜର ମୁହାଁମୁହିଁ ଧକ୍କା ହୋଇଥିଲା । କ୍ରୁଜରରେ ମୋଟ୍ ଆଠ ଜଣ ସବାର ଥିଲେ । ଦୁର୍ଘଟଣାରେ କ୍ରୁଜରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି ଏବଂ ୯ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନୋଖା ହସ୍ପିଟାଲରେ ଭର୍ତ୍ତି କରିଛି । ହସ୍ପିଟାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଆହତମାନଙ୍କୁ ବିକାନିର ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ମୃତକମାନଙ୍କ ପରିଚୟ ମିଳିପାରିନାହିଁ । ଘଟଣାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଯାଇଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ନାଗୋରର ଶ୍ରୀବାଲାଜୀ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏପରି କଠିନ ସମୟରେ ସେମାନଙ୍କୁ ଶକ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି । ଏହାସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।

Breaking News