ରିପୋର୍ଟ କାର୍ଡ / ଭୁବନେଶ୍ଵର
ପବିତ୍ର ଜନ୍ମାଷ୍ଟମୀରେ ଯୋଗମାୟା ଆବିର୍ଭାବ ଦିବସରେ ସହିଦନଗର ଦୁର୍ଗା ପୂଜା ସମିତି ପ୍ରତିବର୍ଷ ଭଳି ମାଆଙ୍କ ମାଟି ଅନୁକୂଳ କରିଛି | କୁଆଖାଇ ନଦୀ କୂଳରେ ପୂଜାର୍ଚ୍ଚନା କରି ମାଟି ଉଠାଯିଛି | ମାଟିକୁ ଦୁର୍ଗା ପୂଜା ସମିତି ମଣ୍ଡପ ଗୃହରେ ଆଣି ରଖା ଯାଇଛି | ପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ୪ ଜଣ ଜାଇ ବିନା ଆଡ଼ମବରପୂର୍ଣ୍ଣ ଭାବେ କାର୍ଯ୍ୟକୁ ଶେଷ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଗିରିଶ ପ୍ରସାଦ ରଥ, ଅଚ୍ୟୁତ ବେହେରା, ଆର୍ତ୍ତବନ୍ଧୁ ପରିଡ଼ା ଓ ଅନ୍ୟମାନେ ପୂଜାର୍ଚ୍ଚନା ପରେ ମଣ୍ଡପ କୁଫେରିଥିଲେ | ଆଗାମୀ ଦିନରେ ସରକାର ଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯୟକ୍ରମ ଗୁଡ଼ିକ କରାଯିବ ବୋଲି ଶହୀଦ ନଗର ଦୁର୍ଗାପୂଜା ସମିତିର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର କହିଛନ୍ତି |






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..