ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଆଜିଠାରୁ ତାଲିବାନ ପକ୍ଷରୁ ଏକ ପ୍ରକାର ଶାସନ ବ୍ୟବସ୍ତା ଗ୍ରହଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ତୁରନ୍ତ ପ୍ରାଥମିକତା ଉପରେ ଧ୍ୟାନ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୋଷ୍ଠୀ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନ ପରିସ୍ଥିତି ନେଇ ନିୟମିତ ବୈଠକ କରିଆସୁଛନ୍ତି। ସୂଚନା ଅନୁଯାୟୀ, ଏହା ବିପର୍ଯ୍ୟସ୍ତ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ, ଆଫଗାନିସ୍ତାନ ନାଗରିକଙ୍କ ଭାରତକୁ ଯାତ୍ରା ଏବଂ ଆଫଗାନିସ୍ତାନର ଅଞ୍ଚଳ ଯେଭଳି ଭାରତ ବିରୁଦ୍ଧରେ ଆତଙ୍କବାଦ ପାଇଁ କୌଣସି ପ୍ରକାରେ ବ୍ୟବହୃତ ହେବ ନାହିଁ, ତାହା ନିଶ୍ଚିତ କରିବ। ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆଜି ସକାଳେ ପାରିତ ହୋଇଥିବା ସଂକଳ୍ପ ସମେତ ଆଫଗାନିସ୍ତାନର ସ୍ଥିତି ତଥା ଆନ୍ତର୍ଜାତୀୟ ସମୂହର ପ୍ରତିକ୍ରିୟା ଉପରେ ମଧ୍ୟ ଗୋଷ୍ଠୀ ନଜର ରଖିଛି ବୋଲି କୁହାଯାଇଛି।






More Stories
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..