ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶେଷରେ ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ | ଗୁରୁବାର ଖୋର୍ଦ୍ଧା ପୋଲିସ ମାନସ ଦାସଙ୍କୁ ଗିରଫ କରିଛି। ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ବାନ୍ଧିଛି । ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବାଥିଲା | ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା ମାନବବାଦ ସଙ୍ଗଠନ । ଚରମ ସୀମାରେ ପହଞ୍ଚିଥିଲା ଅତ୍ୟାଚାର । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା । ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ । ତେବେ ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରିବା ସହିତ ଗୁରୁବାର ମାନସଙ୍କୁ ଉଠାଇ ନେଇଛି । ସୂଚନାଯୋଗ୍ୟ, ଗତ ୨ ତାରିଖ ରାତିରେ ମାନବବାଦ ସଂଗଠନ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସଂଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣୀ ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବ ମାଡଖାଇଥିବା ବ୍ୟକ୍ତି ମାଗୁଣୀ ନାୟକ କହିଥିଲେ । ଏହି ଘଟଣା ସହ ବହୁ ଅପରାଧିକ ମାମଲାରେ ପୋଲିସ ମାନସ ଦାସଙ୍କୁ ଉଠାଇ ନେଇଥିବା ଜଣାପଡିଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….