ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୮ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୯୮ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୦୭୫୩ରେ ପହଞ୍ଚିଛି । ରାଜ୍ୟର ଅନୁଗୁଳ ଜିଲ୍ଲାରେ ୧୮, ବାଲେଶ୍ୱର ୩୪, ବରଗଡ ୧୪, ଭଦ୍ରକ ୯ ଓ ବଉଦ ଜିଲ୍ଲାରେ ୩ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ୧୦୧, ଦେବଗଡ ୯, ଢେଙ୍କାନାଳ ୧୯, ଗଞ୍ଜାମ ୧୩ ଓ ଜଗତସିଂହପୁରରେ ୧୯ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ୩୩, ଝାରସୁଗୁଡା ୫, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୧୦, ଖୋର୍ଦ୍ଧା ୨୨୨ ଓ କୋରାପୁଟରେ ୩ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୩, ମୟୁରଭଞ୍ଜ ୨୭, ନବରଙ୍ଗପୁର ୧, ନୟାଗଡ ୧୦ ଓ ପୁରୀରେ ୨୬ ଚିହ୍ନଟ ହୋଇଛନ୍ତି। ସେହିଭଳି ରାୟଗଡାରେ ୫, ସମ୍ବଲପୁର ୧୦, ସୋନପୁର ୬, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..