ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮ ରହିଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି ପାଇଛି। ୯,୯୬,୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୫ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୬। ଅନୁଗୁଳରୁ ୧୩,ବାଲେଶ୍ୱର ୩୦,ବରଗଡ ୫, ଭଦ୍ରକ ୧୪, ବୌଦ୍ଧ ୩, କଟକ ୯୮,ଦେଓଗଡ ୫, ଢେଙ୍କାନାଳ ୧୧, ଗଜପତି ୧, ଗଞ୍ଜାମ ୬, ଗଜତସିଂହପୁର ୧୭, ଯାଜପୁର ୧୯, ଝାରସୁଗୁଡା ୨, କେନ୍ଦ୍ରାପଡା ୩୩, କେନ୍ଦୁଝର ୮, କୋରାପୁଟ ୪, ମାଲକାନଗିରି ୨, ମୟୁରଭଞ୍ଜ ୩୭, ନବରଙ୍ଗପୁର ୭, ନୟାଗଡ ୧୦, ପୁରୀ ୧୨, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହି ପରେ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅନୁଗୁଳ ଓ ବାଲେଶ୍ୱରରୁ ୨ ଲେଖାଏଁ, ଭଦ୍ରକ,କଟକ ଓ ଖୋର୍ଦ୍ଧାରୁ ୧ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ