Report Card Odisha

| Daily Odia News

ଗିରଫଦାରୀରୁ ଶୁଭେନ୍ଦୁଙ୍କୁ ମିଳିଲା ଆଶ୍ବସ୍ତି…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଗିରଫଦାରୀରୁ ଆଶ୍ବସ୍ତି ମିଳିଛି। ସୋମବାର କୋଲକାତା ହାଇକୋର୍ଟ ବିଜେପି ବିଧାୟକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଦେଇଛନ୍ତି। ଏହି ମାମଲାରେ ମମତା ବାନାର୍ଜୀଙ୍କ ପୂର୍ବତନ ସହଯୋଗୀ ତଥା ଟିଏମସିରୁ ବିଜେପିକୁ ଆସିଥିବା ଶୁଭେନ୍ଦଙ୍କୁ ସିଆଇଡିରେ ହାଜର ହେବାର ଥିଲା । କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ହାଜର ହୋଇପାରିନଥିଲେ । ତେବେ କୋର୍ଟ କହିଛନ୍ତି ତାଙ୍କ ଅନୁମତି ବିନା ଶୁଭେନ୍ଦୁଙ୍କୁ ଏବେ କିମ୍ବା ଆଗକୁ କୌଣସି ମାମଲାରେ ଗିରଫ କରାଯାଇ ପାରିବନାହିଁ। ନନ୍ଦୀଗ୍ରାମର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ୨୦୧୮ରେ ନିଜର ଜଣେ ଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ମାମଲାରେ ସୋମାବର ସିଆଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସକାଳେ ଶୁଭେନ୍ଦୁ ମେଲ୍‌ କରି କୌଣସି ରାଜନୈତିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହାଜର ହୋଇପାରିବେ ନାହିଁ ବୋଲି ଜଣାଇଥିଲେ। ଟିଏମସିରେ ସାଂସଦ ଥିବା ବେଳେ ଏପରିକି ୨୦୧୫ରେ ମନ୍ତ୍ରୀ ହେବା ପରେ ମଧ୍ୟ ଶୁଭେନ୍ଦୁଙ୍କ ଅଙ୍ଗରଖୀ ଥିଲେ ରାଜ୍ୟ ସଶସ୍ତ୍ର ପୋଲିସ ବଳର ଯବାନ ଶୁଭବତ ଚକ୍ରବର୍ତ୍ତୀ ।

Breaking News