Report Card Odisha

| Daily Odia News

ଆଜି ବସିବ ଶ୍ରୀମନ୍ଦିର ସମୀକ୍ଷା ବୈଠକ…..

ରିପୋର୍ଟ କାର୍ଡ / ପୁରୀ

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରରେ ଚାଲିଥିବା ଦର୍ଶନ ବ୍ୟବସ୍ଥାର ଆଜି ସମୀକ୍ଷା କରାଯିବ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଦର୍ଶନ ପାଇଁ ଜାରି ହୋଇଥିବା ନିୟମରେ କିଛି ପରିବର୍ତ୍ତନ କରାଯିବାନେଇ ଜଣାପଡୁଛି । ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମଧ୍ୟାହ୍ନରେ ଶ୍ରୀମନ୍ଦିର ଭକ୍ତ ନିବାସରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକରେ ଜିଲ୍ଲାପାଳ, ପୁରୀ ଏସ୍‌ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ମାନେ ଯୋଗଦେବା ନେଇ ସୂଚନା ମିଳିଛି ।

Breaking News