ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇଛି। କାବୁଲ ଦଖଲ କରିବାର ୩ ସପ୍ତାହ ପରେ ତାଲିବାନ ମଙ୍ଗଳବାର ଆଫଗାନିସ୍ତାନ ପାଇଁ ନୂଆ କାମଚଳା ସରକାର ଘୋଷଣା କରିଛି। ତାଲିବାନ୍ ସେନା ସରକାର ଗଠନ କରିଥିବା ଜଣାପଡ଼ିଛି । ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପ୍ରଧାନମନ୍ତ୍ରୀ ହେବେ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଅଭ୍ୟନ୍ତରୀଣ ମନ୍ତ୍ରୀ ନିଯୁକ୍ତ କରାଯାଇଛି । ଏନେଇ ତାଲିବାନର ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ ସୂଚନା ଦେଇଛନ୍ତି । ତାଲିବାନ ଏବେ ସରକାର ଚଳାଇବା ପାଇଁ କେୟାରଟେକର କ୍ୟାବିନେଟ୍ ସରକାର ଗଠନ କରିଥିବା କହିଛି । ବିନା କୌଣସି ସମାରୋହରେ ଏହି ସରକାର ଘୋଷଣା କରାଯାଇଛି । ତେବେ ତାଲିବାନ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବଣ୍ଟନ ମଧ୍ୟ କାରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ-
ପ୍ରଧାନମନ୍ତ୍ରୀ – ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡ
ଡେପୁଟି ପ୍ରଧାନମନ୍ତ୍ରୀ୧ – ମୁଲ୍ଲା ବାରଦାର
ଡେପୁଟି ପ୍ରଧାନମନ୍ତ୍ରୀ ୨ – ଅବଦୁଲ ସଲାମ ହାନାଫି
ଗୃହମନ୍ତ୍ରୀ – ସିରାଜୁଦ୍ଦିନ ହକ୍କାନି
ପ୍ରତିରକ୍ଷା ମନ୍ତ୍ରୀ – ମହମ୍ମଦ ୟାକୋବ ମୁଜାହିଦ୍
ଅର୍ଥମନ୍ତ୍ରୀ – ମୁଲ୍ଲା ହିଦୟତୁଲ୍ଲା ବଦ୍ରି
ବୈଦେଶିକ ବ୍ୟାପାର ମନ୍ତ୍ରୀ – ମୌଲଭି ଆମୀର ଖାନ ମୁଟାକ୍କି
ଶିକ୍ଷା ମନ୍ତ୍ରୀ – ଶେଖ ମୌଲଭି ନୁରୁଲ୍ଲା ମୁନିର
ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ – ଖଲିଲୁର ରହମାନ ହକ୍କାନି
ଉପ ବୈଦେଶିକ ମନ୍ତ୍ରୀ – ଶେର ମହମ୍ମଦ ଷ୍ଟାନେକଜାଇ (ସେ ଦୋହାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କୁ ଭେଟିଥିଲେ)
ସଂସ୍କୃତି ମନ୍ତ୍ରଣାଳୟର ଉପ ମନ୍ତ୍ରୀ – ଜାବୁଲ୍ଲା ମୁଜାହିଦ୍
ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା କର୍ମଚାରୀଙ୍କ ମୁଖ୍ୟ – କାରୀ ଫାସିହୁଦ୍ଦିନ (ତାଜିକର ମୂଳ ତାଲିବାନ କମାଣ୍ଡର, ତାଙ୍କ ନେତୃତ୍ୱରେ ତାଲିବାନ ଯୁଦ୍ଧ କରି ପଞ୍ଜଶୀର ଯୁଦ୍ଧରେ ଜିତିଥିଲା)
ସେନା ମୁଖ୍ୟ – ମୁଲ୍ଲା ଫଜଲ ଅଖଣ୍ଡ
ଡେପୁଟି ଚିଫ୍ ଇଣ୍ଟେଲିଜେନ୍ସ – ମଲ୍ଲିକା ତାଜ ମୀର ଜାୱାଦ
ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NDS) ମୁଖ୍ୟ – ମୁଲ୍ଲା ଅବଦୁଲ୍ ହକ୍ ୱାସିକଙ୍କୁ ଦ୍ୱାୟିତ୍ୱ ଦେଇଛି ତାଲିବାନ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..