ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ବିଧାୟକ। ବିଧାନସଭାରେ ଥିବା ଚାମ୍ବର ଭିତରେ ବାଚସ୍ପତି ଥିବା ବେଳେ ତାଙ୍କୁ ଘେରାଉ କରିଛନ୍ତି। ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ଲକ୍ଷେ କୋଟି ଟଙ୍କାର କଣି ଦୁର୍ନୀତି ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା ଉପରେ କଂଗ୍ରେସ ମୁଲତବୀ ଆଲୋଚନା ପାଇଁ ନୋଟିସ୍ ଦେଇଥିଲା । ସରକାର ଖଣି ଦୁର୍ନୀତି ଆଲୋଚନା ପାଇଁ ଡରୁଛନ୍ତି । ଏଥିପାଇଁ ଦୂରେଇ ରହୁଛନ୍ତି । ବାଚସ୍ପତି ଏହାକୁ ସାମ୍ପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି | ସେପଟେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡ଼ି ପ୍ରସଙ୍ଗ ଉଠାଇବାରୁ ସରକାର ଆଲୋଚନାକୁ ଆସିଲେ । ବିରୋଧୀ ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।






More Stories
ନବୀନ-ଜୟନାରାୟଣ ମୁହାଁମୁହିଁ…..
ଆଜି ନବୀନ ନିବାସରେ ବୈଠକ….
ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ଗିରଫ…..