Report Card Odisha

| Daily Odia News

ତାଲିବାନ ସଂଗଠନରେ ସାମିଲ ହେଲେ ଆଫଗାନ ସୈନ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ କାମଚଳା ସରକାର ଗଢିଛି ତାଲିବାନ । ଏଥିପାଇଁ ପ୍ରଧାନମନ୍ତ୍ରୀ , ଉପ-ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇସାରିଛି । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କୁଆଡ଼େ ଗଲେ ଦେଶର ସେନାବାହିନୀ କୁ ନେଇ ପ୍ରଶ୍ନ ଉଠିଛି | ସମସ୍ତ ଆଫଗାନୀ ସୈନ୍ୟ ଦେଶ ଛାଡିଦେଇଛନ୍ତି ନା ତାଲିବାନ ସଂଗଠନରେ ମିଶିଛନ୍ତି । ରିପୋର୍ଟ ଆସିଛି ଆଫଗାନର ସୈନିକ ଏବେ ତାଲିବାନ ସରକାରରେ ସାମିଲ ହୋଇଛନ୍ତି । ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୈନିକମାନେ ନିର୍ଯ୍ୟାତନା ଭୟରେ ଆଫଗାନିସ୍ତାନ ଛାଡିଦେଇଛନ୍ତି । କିଛି ସୈନ୍ୟ ପଞ୍ଜିଶୀରର ରେସିଟାନ୍ସ ଦଳ ସହିତ ମିଶିଛନ୍ତି । କିନ୍ତୁ ଆଫଗାନିସ୍ତାନ ଦଖଲ ପରେ ସମସ୍ତ ସୈନ୍ୟଙ୍କୁ କ୍ଷମା ଦିଆଯାଇଛି ବୋଲି ଘୋଷଣା କରିଥିଲେ ତାଲିବାନ । ସେହିପରି କିଛି ଦିନ ତଳେ ଭାଇରାଲ ହୋଇଥିବା ଫଟୋକୁ ବିଶ୍ଲେଷଣ କରି ୟୁକେ ସେନା କହିଛି ଯେ,ତାଲିବାନ ଏବେ ଯେଉଁ ଷ୍ଟାଇଲ୍‌ରେ ବନ୍ଧୁକର ବ୍ୟବହାର କରୁଛନ୍ତି ବା ଧରୁଛନ୍ତି ତାହା କେବଳ ଆମେରିକା ଓ ୟୁକେ ସେନା ବ୍ୟବହାର କରିଥାନ୍ତି । ଆମେରିକା ଓ ୟୁକେ ସେନା ଦ୍ୱାରା ଯେଉଁ ଆଫଗାନି ସେନାଙ୍କୁ ଟ୍ରେନିଂ ଦିଆଯାଉଥିଲା ସେମାନେ ଏବେ ତାଲିବାନ ସହିତ ମିଶିଛନ୍ତି ବୋଲି ଅନୁମାନ କରାଯାଉଛି । ବ୍ରିଟେନ୍‌ର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ କହିବା ମୁତାବକ , ସେନା ବାହିନୀଙ୍କୁ ବନ୍ଧୁକ ଧରିବା ପାଇଁ ଟ୍ରେନିଂ ଦିଆଯାଇଥାଏ । ସେମାନେ ଟ୍ରେନିଂ ଅନୁସାରେ ବନ୍ଧୁକକୁ ହିଁ ଧରିଥାନ୍ତି । ଉପଯୁକ୍ତ ଟ୍ରେନିଂ ନପାଇଲେ ବନ୍ଧୁକଙ୍କୁ ଠିକ୍‌ ଭାବେ ଚାଳନା କରିପାରିବ ନାହିଁ ବୋଲି କହିଛନ୍ତି । ତେଣୁ ଆଫଗାନିସ୍ତାନରେ ଯେଉଁମାନେ ବନ୍ଧୁକ ଧରୁଛନ୍ତି । ପ୍ରାୟତଃ ସେନାବାହିନୀ ଧରିବା ଭଳି ଅନୁମାନ କରାଯାଉଛି |

Breaking News