ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ । ଆଜି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ (IISc)କୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଥିବା ବେଳେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି (JNU ) ତାଲିକାରେ ଦ୍ୱିତୀୟରେ ରହିଛି । ଅନ୍ୟପଟେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ୟୁନିଭରସିଟି ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ଦିଲ୍ଲୀ ବିଶ୍ୱବିଦ୍ୱାଳୟର ମିରାଣ୍ଡା ହାଉସ କଲେଜକୁ ଶ୍ରେଷ୍ଠ କଲେଜ ଭାବରେ ଚୟନ କରାଯାଇଛି । ଇଞ୍ଜିନିୟରର ଟପ୍ ୧୦ କଲେଜରୁ ୮ଟି ଆଇଆଇଟି ଓ ୨ ଟି ଏନ୍ଆଇଟି ସାମିଲ ଅଛନ୍ତି । ଏଥିମଧ୍ୟରୁ ଆଇଆଇଟି ମାଡ୍ରାସ୍ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ତାଲିକାରେ IIT ଦିଲ୍ଲୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ IIT ବମ୍ବେ ତୃତୀୟ ସ୍ଥାନରେ ରହିଛି । ସେପଟେ ଦିଲ୍ଲୀ ଏମ୍ସକୁ ବେଷ୍ଟ ମେଡିକାଲ କଲେଜ ରୂପେ ମନୋନୀତ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଙ୍କିଂ ଜାରି କରିବାର କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଛି । ମ୍ୟାନେଜମେଣ୍ଟରେ IIM ଅହମ୍ମଦାବାଦକୁ ପ୍ରଥମ ସ୍ଥାନ ମିଳିଛି । ସେହିପରି ମ୍ୟାନେଜମେଣ୍ଟରେ IIM ବେଙ୍ଗଲୁରୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ IIM କୋଲକାତା ତୃତୀୟ ସ୍ଥାନ ଅଧିକାର କରିଛି ।
Discussion about this post