Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ,୮ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୬୮ ଓ ସ୍ଥାନୀୟ ସଂକ୍ରମିତ ୨୬୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୧୧୬ ଜଣ ରହିଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ୱର ୨୩, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗିର ୩ ଓ ବଉଦ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୧୮, ଦେବଗଡ ୪, ଢେଙ୍କାନାଳ ୧୨, ଗଜପତି ୩, ଗଞ୍ଜାମ ୩, ଜଗତସିଂହପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲାରେ ୩୨, ଝାରସୁଗୁଡା ୧, କଳାହାଣ୍ଡି ୧, କନ୍ଧମାଳ ୨ ଓ କେନ୍ଦ୍ରାପଡାରୁ ୮ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୪, ଖୋର୍ଦ୍ଧା ୨୨୧, କୋରାପୁଟରେ ୯, ମାଲକାନଗିରି ୪, ମୟୁରଭଞ୍ଜ ୨୦, ନବରଙ୍ଗପୁର ୨, ନୟାଗଡରେ ୧୭ ଚିହ୍ନଟ ହୋଇଛନ୍ତି। ନୂଆପଡାରୁ ୧, ପୁରୀ ୧୬, ରାୟଗଡା ୭, ସମ୍ବଲପୁର ୧୩, ସୁନ୍ଦରଗଡ ୨୨, ଷ୍ଟେଟପୁଲରୁ ୫୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୮୯ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୭୦୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News