ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ତିହାର । ଉତ୍ସବ ମୁଖର ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଯିଏ ଯେଉଁଠି ଥିଲେବି ବର୍ଷର ଗୋଟିଏ ଦିନ ନୂଆଖାଇ ସମସ୍ତେ ଏକାଠି ହୋଇଥାନ୍ତି | ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରୀତିନୀତି ଅନୁସାରେ ପାଳନ କରାଯିବ। ପରମ୍ପରା ଅନୁସାରେ ନୂଆଁ ଖାଇବା ପରେ ଜୁହାରଭେଟ ହେବ। ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ଚଳଚଞ୍ଚଳ ପରିବେଶ । ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇବେ । ସେଥିପାଇଁ ମାହେନ୍ଦ୍ର ବେଳା ସ୍ଥିର ହୋଇଥାଏ |ଏହି ସମୟରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବା ସହିତ ନୂତନ ବସ୍ତ୍ର ମଧ୍ୟ ପିନ୍ଧାଯାଇଥାଏ। ଛୋଟ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି |






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..