ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ରାଜପୁରାରେ ଆଜି ଏକ ବିସ୍ଫୋରଣ ଘଟିଛି । ରାଜପୁରା ସନ୍ଥନଗରରେ ବିସ୍ଫୋରଣ ଘଟି ୪ ଜଣ ଶିଶୁ ଆହତ ହୋଇଛନ୍ତି। ସଭିଁଙ୍କ ବୟସ ୬ ରୁ ୧୨ ବର୍ଷ ହେବ। ଉକ୍ତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏଯାଏଁ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଜୋରରେ ହୋଇଥିବାରୁ କକ୍ଷକୁ ଲାଗିଥିବା ସମସ୍ତ ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାଣ କାରଣରୁ ବିସ୍ଫୋରଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..