ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅପରାହ୍ନ ୨ଟା ୨୦ରେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍ | ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର । ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟ ଶପଥ ପାଠ କରାଯିବ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା। ସେ ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଅହମ୍ମଦାବାଦରେ ପହଞ୍ଚିବେ। ସୂଚନା ଅନୁସାରେ- ଏହା ପୂର୍ବରୁ ରବିବାର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୂପେନ୍ଦ୍ର ପଟେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ମୋହର ବାଜିଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିନ ପଟେଲ୍ ଏବଂ ମସନୁଖ ମାଣ୍ଡଭିୟଙ୍କ ପରି ବଡ ବଡ ନେତା ସାମିଲ୍ ଥିଲେ ମଧ୍ୟ ଭୂପେନ୍ଦ୍ରଙ୍କୁ ଦଳ ଗୁରୁ ଦାୟିତ୍ଵ ଦେଇଛି। ହେଲେ ବିଜେପି ନୂତନ ଚେହେରାକୁ ସାମ୍ନାକୁ ଆଣି ସଭିଙ୍କୁ ଚକିତ କରିଛି। ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି ଭୂପେନ୍ଦ୍ର।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……