ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ କବ୍ଜା କରିନେବା ପରେ ପାକିସ୍ତାନ ଲଗାତାର ଭାବେ ନଜର ରଖିଛି । ପାକିସ୍ତାନ ତାଲିବାନକୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟା ଚଳାଇଛି। ଏନେଇ ତାଲିବାନ ସପକ୍ଷରେ ବୟାନ ଦେଉଛି ପାକିସ୍ତାନ । ଏବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଫୈଜ ହମୀଦ ଚୀନ ସମେତ ଅନ୍ୟ କିଛି ଦେଶର ଗୁଇନ୍ଦା ମୁଖ୍ୟଙ୍କ ସହିତ ଗୁପ୍ତରେ ଆଲୋଚନା କରିଥିବା ସୂଚନା ମିଳିଛି । ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ର ରିପୋର୍ଟ ଅନୁସାରେ, ISI ମୁଖ୍ୟ ଫୈଜ ହମୀଦ ଇସଲାମାବାଦରେ ଚୀନ, ଇରାନ, ଉଜବେକିସ୍ତାନ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନର ଗୁଇନ୍ଦା ପ୍ରମୁଖଙ୍କ ସହିତ ଆଫଗାନିସ୍ତାନ ମୁଦ୍ଦାକୁ ନେଇ ଚର୍ଚ୍ଚା କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ, ଆଫଗାନିସ୍ତାନ ସ୍ଥିତିକୁ ମୁଦ୍ଦା କରି ପାକିସ୍ତାନ କିଛି ନୂଆ ଚାଲ୍ କରୁନି ତ? ବୈଠକକୁ ନେଇ କୌଣସି ଦେଶ କିଛି ସୂଚନା ଦେଇନଥିବା ବେଳେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଏବଂ ପାକିସ୍ତାନର ଦବଦବା ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଥାଇପାରେ ବୋଲି କୁହାଯାଉଛି । ବୈଠକରେ ଚୀନ, ଋଷ, ଇରାନ, ତାଜିକସ୍ତାନ, କାଜକିସ୍ତାନ, ତୁର୍କମେନିସ୍ତାନ ଯୋଗ ଦେଇଥିବା ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଇଏସ୍ଆଇ ମୁଖ୍ୟ ଶୈଫ୍ ହମୀଦ କିଛିଦିନ ପୂର୍ବରୁ ଆଫଗାନିସ୍ତାନ ଗସ୍ତ କରିଥିଲେ । ସେଠାରେ ତାଲିବାନର ବିଭିନ୍ନ ନେତାଙ୍କ ସହିତ ଆଲୋଚନା କରିଥିଲେ । ଏହାର କିଛି ଦିନ ପରେ ତାଲିବାନ ନୂଆ ସରକାର ଘୋଷଣା କରିଥିଲା । ସେପଟେ ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଥିଲେ ସୁଦ୍ଧା ଶପଥଗ୍ରହଣ ଉତ୍ସବକୁ ବାତିଲ କରିଦେଇଛି ତାଲିବାନ । ଅଯଥା ଖର୍ଚ୍ଚାନ୍ତକୁ ଏଡାଇବାକୁ ଏଭଳି କରିଥିବା କହିଥିଲା ତାଲିବାନ । ପୂର୍ବରୁ ଶୁଣାଯାଉଥିଲା ଯେ, ୯/୧୧ରେ ହେବାରଥିଲା ତାଲିବାନ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । କିନ୍ତୁ ଆମେରିକା ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରଣ ହେଉଥିବାରୁ ନିଷ୍ପତ୍ତି ବଦଳାଇଥିଲା ତାଲିବାନ ସରକାର ।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……