Report Card Odisha

| Daily Odia News

ଜିପ୍ -ଟ୍ରକ୍ ମୁହାଁମୁହିଁ ଧକ୍କା,୮ ମୃତ୍ୟୁ,୬ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକର ଚିକକବଲାପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଜିପ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହେବ ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଗାଇଛନ୍ତି । ତେବେ ସୂଚନା ଅନୁଯାୟୀ ଏକ ଜି୍‌ପ୍ ଯୋଗେ ଶ୍ରୀନିବାସପୁର ତହସିଲ ଅଧିନ ରୟାଲପଡୁ ଗାଁରୁ ଚିନ୍ତାମଣି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଯୋଗୁଁ ୬ ଜଣ ଗୁରୁତର ଥିବା ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁଯାୟୀ, ଦୁଇ ପିଲା ମଧ୍ୟ ଜିପ୍‌ରେ ଥିଲେ। ଜିପ ଡ୍ରାଇଭରଙ୍କ ଅବହେଳା ଏବଂ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୂଚନା ଦେଇଛି। ଯାହା ଫଳରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇ ଜିପ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଘଟଣାକୁ କେନ୍ଦ୍ର କରି ଚିନ୍ତାମଣି ଗ୍ରାମୀଣ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Breaking News