ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଗାଣ ବର୍ଷା ଯୁଗୁଁ ଦିଲ୍ଲୀର ସ୍ଥିତି ଅସମ୍ଭାଳ। ଚାରିଆଡେ ଜଳମଗ୍ନ ହୋଇରହିଛି | ଏହା ଭିତରେ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି । ଆଜି ଦିଲ୍ଲୀର ଆଜାଦପୁର ପରିବା ବଜାର ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି । ରାତି ପ୍ରାୟ ୧୧.୫୦ ସମୟରେ ସବଜି ମଣ୍ଡି ଅଞ୍ଚଳରୁ ବଜାରରୁ ଏକ ଫୋନ୍ କଲ କରାଯାଇଥିଲା, ସେଠାରେ ଏକ କୋଠା ଭୁଶୁଡି ପଡିଥିବା ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଞ୍ଚଟି ଅଗ୍ନି ଟେଣ୍ଡର ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଏହି କୋଠାଟି ମାଲକାନଗଞ୍ଜ ନିକଟ ଦିଲ୍ଲୀର ରବିନ୍ ସିନେମା ସାମ୍ନାରେ ଅବସ୍ଥିତ । ତେବେ କୋଠା ଭୁଶୁଡ଼ିଯିବାକୁ ମାଟି ତଳେ ଫସିଥିବେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି । ଅନେକ ଲୋକ ଏବେ ବି ମାଟି ତଳେ ଦବି ରହିଥିବା ଆଶଙ୍କା ରହିଛି । ବିଲ୍ଡିଂ ଭୁଶୁଡ଼ିବାର ଶବ୍ଦ ବହୁ ଦୂରରୁ ଶୁଭିଥିଲା ବୋଲି କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଲୋକଙ୍କ ସମେତ ଅନେକ ଗାଡି ମଧ୍ୟ ମାଟି ତଳେ ପୋତି ହୋଇଯାଇଛି । କୋଠା ଭୁଶୁଡ଼ିବା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବିଲଡିଂ ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ସବଜି ମଣ୍ଡି ଅଞ୍ଚଳରେ ବିଲ୍ଡିଂ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ମାଧ୍ୟମରେ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..