ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଅମରାବତୀସ୍ଥିତ ୱାର୍ଦ୍ଧା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ନିଖୋଜ ଥିବା ସୂଚନା ମିଳିଛି | ପ୍ରଶାସନ ଏହି ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି। ଏମାନେ ଗୋରେଗାଓଁରୁ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ। ଅନ୍ତିମ ସଂସ୍କାର ଶେଷ କରିବା ପରେ ଆଜି ସକାଳେ ଏହି ପରିବାର ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ। ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା। ଗତ ସପ୍ତାହରେ ଆସାମରେ ବି ଏଭଳି ଏକ ଡଙ୍ଗା ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଥିଲା। ଜୋରହାଟରେ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଗୋଟିଏ ଡଙ୍ଗା ପାଣି ଭିତରେ ଓଲଟି ପଡ଼ିଥିଲା। ଏଥିରେ ପାଖାପାଖି ୮୦ଜଣ ଯାତ୍ରୀ ବସିଥିବା ସୂଚନା ମିଳିଥିଲା। ଏହି ଡଙ୍ଗା ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ନିଖୋଜ ହୋଇଯାଇଥିଲେ। ଅନେକଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଆଉ କିଛିଜଣ ଜୀବନ ବିକଳରେ ପହଁରିପହଁରି କୂଳକୁ ଆସିଥିଲେ। ଏହି ଭୟାବହ ଦୁର୍ଘଟଣାର ଭିଡିଓ ବି ସାମ୍ନାକୁ ଆସିଥିଲା। ଯେଉଁଥିରେ ଦୁର୍ଘଟଣା ଘଟିବା ପରେ ଲୋକମାନେ କିପରି ବିକଳରେ ଚିତ୍କାର କରୁଥିଲେ ତାହା ଶୁଣିବାକୁ ମିଳିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..