ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଥିଲେ, ସେ ଜନସାଧାରଣଙ୍କ ସେବାର ଗୋଟାଏ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଶାସକ ‘ବିଜେପି’କୁ ବିରୋଧ କରିବା ଲାଗି ‘ତୃଣମୂଳ କଂଗ୍ରେସ’ ଯୋଜନ କରୁଥିବା ଅଗରତାଲାରେ ସୁସ୍ମିତା ଦେବ ଅବସ୍ଥାନ କରୁଛନ୍ତି। ଆଜି ତୃଣମୂଳ କଂଗ୍ରେସ୍ ଟୁଇଟ୍ କରି କହିଛି, ସୁସ୍ମିତା ଦେବଙ୍କୁ ସଂସଦର ଉପର ସଦନକୁ ମନୋନୀତ କରି ଆମେ ଅତ୍ୟନ୍ତ ଆନନ୍ଦିତ। ସୁଯୋଗ ଦେଇଥିବାରୁ ‘ତୃଣମୂଳ କଂଗ୍ରେସ’କୁ ଧନ୍ୟବାଦ ଜଣାଇ ସୁସ୍ମିତା ଦେବ ମଧ୍ୟ ଟୁଇଟ୍ କରିଛନ୍ତି, ମୁଁ ଆତ୍ମହରା ହୋଇପଡ଼ିଛି। ଅନ୍ତରରୁ ମୁଁ ମୋ ନେତ୍ରୀ ମମତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସଂସଦରେ ଅଧିକ ନାରୀ ଦେଖିବା ନିମନ୍ତେ ତାଙ୍କ ବିଚାରଧାର ପ୍ରଶଂସନୀୟ। ମୁଁ ମୋର ପାରୁପର୍ଯ୍ୟନ୍ତ ସର୍ବୋତ୍ତମ କାର୍ଯ୍ୟ କରିବି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ସନ୍ତୋଷ ମୋହନ ଦେବ ଏବଂ ପୂର୍ବତନ ବିଧାୟିକା ବିଥିକା ଦେବଙ୍କ କନ୍ୟା ସୁସ୍ମିତା ଦେବ ହେଉଛନ୍ତି ଆସାମ ସିଲଚର ଆସନର ପୂର୍ବତନ ଲୋକସଭା ସାଂସଦ। ଏବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନରେ ସେ ସିଲଚରରେ ‘ବିଜେପି’ର ରାଜଦୀପ ରାୟଙ୍କ ଠାରୁ ପରାସ୍ତ ହୋଇଥିଲେ। ‘ତୃଣମୂଳ କଂଗ୍ରେସ’ ସାଂସଦ ରଞ୍ଜନ ଭୂୟାଁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ୍ରେ ଜଣେ ମନ୍ତ୍ରୀ ରୂପେ ଶପଥ ନେବାରୁ ସଂସଦର ଉପର ସଦନରେ ପଶ୍ଚିମବଙ୍ଗର ଗୋଟିଏ ଆସନ ଖାଲି ପଡ଼ିଥିଲା। ଭାରତର ନିର୍ବାଚନ କମିସନ୍ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଖାଲି ପଡ଼ିଥିବା ୭ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ କରାଯିବ। ତନ୍ମଧ୍ୟରୁ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ଖାଲିପଡ଼ିଛି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….