ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନୂତନ ସଂସଦ ଟିଭିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମିଳିଥିବା ସୂଚନା ଅନୁସାରେ- ଏହି ନୂତନ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦବରୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଓକିଲ ହେମନ୍ତ ବାତ୍ରା ଭିନ୍ନ ଭିନ୍ନ ଶୋର ଉପସ୍ଥାପନା କରିବେ। ସୂତ୍ର ଅନୁଯାୟୀ ସଂସଦ ଟିଭି ଦେଶ-ବିଦେଶର ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସଂସ୍ଥା ସଂପର୍କିତ ବିଷୟ ଉପରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିଷୟ ବସ୍ତୁ ପ୍ରସ୍ତୁତ କରାଯିବ। ଯେତେବେଳେ ସଂସଦ ଅଧିବେଶନ ଆରମ୍ଭ ହେବ ସେହି ସମୟରେ ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟର ପ୍ରସାରଣ କରାଯିବ। ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ। କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ ଧର୍ମ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ବିବେକ ଦେବରୟ ଇତିହାସ ଏବଂ ଅମିତାଭ କାନ୍ତ ଭାରତର ପରିବର୍ତ୍ତନ ବିଷୟରେ କାର୍ଯ୍ୟକ୍ରମ ସଂଚାଳିତ କରିବେ। ହେମନ୍ତ ବାତ୍ରା ଆଇନ ସଂପର୍କିତ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ। ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ଅର୍ଥନୀତି ଏବଂ ଏଣ୍ଡୋକ୍ରାଇନୋଲୋଜିର ଜଣାଶୁଣା ଚିକିତ୍ସିକ ଅମ୍ବିରଶ ନିଥାୟୀ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ବୟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ଅନ୍ୟପଟେ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ମନୋଜ ଆରୋରା
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..