Report Card Odisha

| Daily Odia News

ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୁଧବାର କୋଟିପତି ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍। ମଙ୍ଗଳବାର ଚଢ଼ାଉ ସମୟରେ ଅଙ୍ଗନବାଡ଼ି ଦିଦିଙ୍କ ଘରୁ ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି । ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଏହି ତାଜୁବ କଲା ଭଳି ସମ୍ପତ୍ତିର ତାଲିକା ଗତକାଲି ସାମ୍ନାକୁ ଆଣିଥିଲା । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ରାଜଧାନୀରେ ରହିଛି ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା । ସେହିପରି କବିତାଙ୍କ ନାମରେ ୧୪ଟି ଜମି ବିଭିନ୍ନ ସ୍ଥାନରେ ରହିଛି, ଯେଉଁଥିରେ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ଜାଗା, ଜଗତସିଂହପୁରରେ ତିନୋଟି ଏବଂ ବାଲିଅନ୍ତାରେ ଗୋଟିଏ ଜମି। ଦିଦିଙ୍କ ନାଁରେ ଗୋଟିଏ ୪ଚକିଆ ଗାଡି ଥିବା ବେଳେ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ରହିଛି । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଘରେ ଗତକାଲି ଅଚାନକ ଭିଜିଲାନ୍ସ ଚଢଉ କରିଥିଲା । ଲଗାତାର ଭାବେ ଅଙ୍ଗନବାଡ଼ି ଦିଦିଙ୍କ ବିରୋଧରେ ଆସୁଥିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଅନେକ ଦିନ ଧରି ଭିଜିଲାନ୍ସ ସ୍କାନରରେ ଥିଲେ ଅଙ୍ଗନବାଡ଼ି ଦିଦି । ଅସାଧୁ ଉପାୟରେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ପାଇ ଚଢ଼ଉ କରିଥିଲା ଭିଜିଲାନ୍ସ । ଆଉ ଆଜି ତାଙ୍କୁ ଗିରଫ କରାଯାଇଛି ।

 

Breaking News