Report Card Odisha

| Daily Odia News

DRDO ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ…..

ରିପୋର୍ଟ କାର୍ଡ / ବାଲେଶ୍ଵର

ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ର ୪ ଠିକା କର୍ମଚାରୀ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ପୋଲିସ ଗିରଫ କରି ଜାଲ ପଠାଇ ଦେଇଛି। ଏବେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଜିପି ଅଭୟଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ଟ୍ୱିଟ୍‌ କରିଛି। ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଟିମ୍‌ ଗଠିତ ହୋଇଛି। ତଦନ୍ତ ଭାର ଗ୍ରହଣ କରିବାକୁ ବାଲେଶ୍ୱର ଗସ୍ତକରିଛି କ୍ରାଇମବ୍ରାଞ୍ଚ ଟିମ୍‌। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ ରୁ ତଥ୍ୟ ଲିକ ମାମଲାରେ ପୋଲିସ ମଙ୍ଗଳବାର ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପୀରକ୍ଷା ପରେ କୋର୍ଟ ଚାଲାଣ କରାଯାଉଛି। ଅପରାହ୍ଣରେ ଜଣଙ୍କ ପରେ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର କୋଭିଡ ଟେଷ୍ଟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏହାପରେ ସମସ୍ତଙ୍କୁ କୋର୍ଟ ନିଆଯାଇଛି। ଏମାନେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। ଗିରଫ ୪ ଜଣ ହେଲେ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଂଜନ ନାୟକ ଓ ଶେଖ ମୁସାଫିର୍। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ୍ ଏମାନଙ୍କୁ ଗିରଫ କରିଥିଲା।

Breaking News