ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବାପରେ ପୁଣି ଆରମ୍ଭ କରିଛି ସେହି ବର୍ବରତା ଅତ୍ୟାଚାର | ଦେଶରେ କଠୋର ଶାରିଆ ଆଇନ୍ ଲାଗୁ କରିବା ଏହି ମନ୍ତ୍ରଣାଳୟର ପ୍ରଥମ ତଥା ମୁଖ୍ୟ କାମ ବୋଲି ସୂଚନା ମିଳିଛି । ଚୋରି କଲେ କଟାଯିବ ହାତ, ଅବୈଧ ସମ୍ପର୍କ ରଖିଲେ ପଥରମାଡ କରି ହତ୍ୟା । ପୁରୁଷଙ୍କ ବିନା ମହିଳା ଯେପରି ଘରୁ ବାହାରି ପାରିବେନି ଏବଂ ମହିଳାଙ୍କ ସଙ୍ଗୀତ ଓ ମନୋରଞ୍ଜନ ଉପରେ ପ୍ରତିବନ୍ଧକ ଲାଗୁ କରିବା ସହ ଏହାର କଡା ତଦାରଖ କରିଥାଏ ଏହି ମନ୍ତ୍ରଣାଳୟ । ତାଲିବାନର ଜଣେ ଅଧିକାରୀ ନ୍ୟୁୟର୍କ ପୋଷ୍ଟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସଲାମର ସେବା କରିବା ଏଥିପାଇଁ କଠୋର ନିୟମ ଲାଗୁ କରିବା ଭଳି ଏକ ମନ୍ତ୍ରଣାଳୟ ଜରୁରୀ ରହିଛି । ତାଲିବାନ ନିୟମ ଉଲ୍ଲଂଘନକାରୀଙ୍କୁ ଇସଲାମ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ । ଚୋରଙ୍କ ହାତ କଟାଯିବ ଏବଂ ଅବୈଧ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କ ସାମ୍ନାରେ ପଥର ମାଡ କରାଯିବ । ଉଭୟ ପୁରଷ ଓ ମହିଳାଙ୍କୁ ସମାନ ଭାବେ ଦଣ୍ଡିତ କରାଯିବ । ୧୯୯୬ରୁ ୨୦୦୧ ଶାସନ ମଧ୍ୟରେ ଏହି ମନ୍ତ୍ରଣାଳୟ ଆଫଗାନ ରାସ୍ତାରେ ମୋରାଲ ପୋଲିସ ଗଠନ କରିଥିଲା । ଉଲ୍ଲଂଘନକାରୀଙ୍କୁ ବିଚ୍ ରାସ୍ତାରେ ଚାବୁକ୍ ଓ ପଥର ମାଡ କରାଯାଉଥିଲା । ତେବେ ଏମିତି ଆଇନ ଲାଗୁ ହେବା ନେଇ ଚିନ୍ତାରେ ଅଛନ୍ତି ଆଫଗାନବାସୀ । ସାଟେଲାଇଟ୍ ଚିତ୍ର ବଖାଣୁଛି ଆଫଗାନ୍ ନାଗରିକଙ୍କ ଦୁର୍ଦ୍ଦଶା । ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି । ଏହାର ଏକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ନିଜ ପରିବାର, ସ୍ତ୍ରୀ ପିଲା ଛୁଅ।।ଙ୍କୁ ଧରି ଆଫଗାନିସ୍ତାନ ନାଗରିକ ପାକିସ୍ତାନ ସୀମାରେ ଦିନ ଦିନ ଧରି ଅପେକ୍ଷା କରି ରହିଛନ୍ତି । କିଛି କିଛି ଲୋକେ ୧୫ରୁ ୨୦ ଘଣ୍ଟା କାଳ ଅପେକ୍ଷା କରି ରହିବାକୁ ପଡ଼ୁଛି । କାବୁଲଙ୍କୁ କୌଣସି ମତେ ଛାଡ଼ି ଇସଲାମାବାଦରେ ଶରଣାର୍ଥୀ ହେବାକୁ ପସନ୍ଦ କରୁଛନ୍ତି । ୧୦ ହଜାରରୁ ଅଧିକ ଏବେ ସ୍ଥଳ ପଥରେ ପାକିସ୍ତାନକୁ ଆସିଥିବା ଜଣାପଡ଼ିଛି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..