ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଧବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମିଳିତ ଭାବେ ସଂସଦ ଟିଭି ଲଞ୍ଚ କରିଛନ୍ତି। ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ସଂସଦ ଟିଭି ଶୁଭାରମ୍ଭ କରାଯାଇଛି। ଲୋକସଭା ଓ ରାଜ୍ୟସଭା ମିଶି ପ୍ରସ୍ତୁତ ହୋଇଛି ଏହି ସଂସଦ ଟିଭି। ସେପ୍ଟେମ୍ବର ୧୫ରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦବରୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଓକିଲ ହେମନ୍ତ ବାତ୍ରା ଭିନ୍ନ ଭିନ୍ନ ଶୋର ଉପସ୍ଥାପନା କରିବେ । ଯେତେବେଳେ ସଂସଦ ଅଧିବେଶନ ଆରମ୍ଭ ହେବ ସେହି ସମୟରେ ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟର ପ୍ରସାରଣ କରାଯିବ। ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ ଧର୍ମ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ବିବେକ ଦେବରୟ ଇତିହାସ ଏବଂ ଅମିତାଭ କାନ୍ତ ଭାରତର ପରିବର୍ତ୍ତନ ବିଷୟରେ କାର୍ଯ୍ୟକ୍ରମ ସଂଚାଳିତ କରିବେ। ହେମନ୍ତ ବାତ୍ରା ଆଇନ ସଂପର୍କିତ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ। ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ଅର୍ଥନୀତି ଏବଂ ଏଣ୍ଡୋକ୍ରାଇନୋଲୋଜିର ଜଣାଶୁଣା ଚିକିତ୍ସକ ଅମ୍ବିରଶ ନିଥାୟୀ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ବୟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି । ଅନ୍ୟପଟେ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ମନୋଜ ଆରୋରା ଏହାର ବିଶେଷ କାର୍ଯ୍ୟ ଅଧିକାରୀ(ଓଏସଡି) ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..