ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସକାଳୁ ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ଯୁବତୀଙ୍କୁ ଉଠାଇନେଇଛନ୍ତି । ଏଭଳି ଘଟଣା ଘଟିଛି ଆଜି ଗ୍ରେଟର ନୋଏଡାର ଗୌତମବୁଦ୍ଧ ନଗର ନିକଟରେ | ଜଣେ ଯୁବତୀ ତା’ର ଭାଇ ଓ ଭଉଣୀ ସହ ମର୍ଣ୍ଣିଂ ୱାକ ପାଇଁ ଘରୁ ବାହାରିଥିଲେ। ଏହି ସମୟରେ କିଛି ଦୁବୃର୍ତ୍ତ ଆସି ଯୁବତୀଙ୍କୁ କାରରେ ନେଇ ଯାଇଥିଲେ। ଘଟଣା ପରେ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଶତାଧିକ ଲୋକେ ଖୁବ୍ ବିରୋଧ କରିଥିଲେ, ଯାହାଦ୍ୱାରା ଏନଏଚ୍-୯୧ ପ୍ରବଳ ଭିଡ଼ ହୋଇଯାଇଥିଲା।
ବିରୋଧ ପ୍ରଦର୍ଶନ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛି। ଅପୃହତ ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସକାଳ ୫ଟା ବେଳେ ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିଥିଲେ। ଯେତେବେଳେ ସେ ରେଲ୍ ବିହାର ପାଖରେ ପାଖାପାଖି ୬ଟା ବେଳେ ପହଞ୍ଚିଲା, ସେହି ସମୟରେ ଅଚ୍ଛେଜା ଗାଁ ଆଡ଼ୁ ଏକ ଧଳା ରଙ୍ଗର କାର୍ ଭ୍ୟାନ୍ ଆସିଲା। କାରରେ ଥିବା କିଛି ଦୁବୃର୍ତ୍ତ ଯୁବତୀଙ୍କୁ ରୋକି ତାଙ୍କ ସହ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଜୋରରେ ଚିତ୍କାର କରିଥିଲେ। ଭ୍ୟାନରେ ଥିବା ଦୁବୃର୍ତ୍ତ ପ୍ରଥମେ ଯୁବତୀଙ୍କ ସାନ ଭଉଣୀକୁ ଅପହରଣ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କୁନି ଝିଅ ଦୁବୃର୍ତ୍ତ ପାଖରୁ ଖସି ଆସିଥିଲା ଏବଂ ତା’ ବଡ଼ ଭଉଣୀକୁ ଭ୍ୟାନରେ ନେଇ ଫେରାର୍ ହୋଇଯାଇଥିଲା। ଏହି ଘଟଣାରେ ବାଦଲପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ୍ ନୋଏଡା ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ପାଇଁ ପାଞ୍ଚ ଜଣିଆ ପୋଲିସ ଟିମ୍ ଗଠନ କରାଯାଇଛି। ପୋଲିସ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରିବା ସହ ବିଭିନ୍ନ ଚେକପୋଷ୍ଟରେ ଚେକିଂ କରିବାକୁ ସୂଚନା ଦେଇଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..