ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଢିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନାମଲେଖା ସମୟ ଆହୁରି ଦୁଇ ଦିନ ବୃଦ୍ଧି ହୋଇଛି। ପୂର୍ବରୁ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ନେଇ ଘୋଷଣା ହୋଇଥିଲା। ମାତ୍ର ଏହାକୁ ଘୁଞ୍ଚାଯାଇ ୧୮ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଯୁକ୍ତ ୩ ଆଡମିଶନ ଶେଷ ହେବାର ଥିଲା। ଏହାକୁ ଆସନ୍ତା ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଦ୍ବିତୀୟ ମେଧା ତାଲିକା ୨୧ ତାରିଖ ବଦଳରେ ୨୩ ତାରିଖରେ ପ୍ରକାଶ ପାଇବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୨ ତାରିଖ ପରିବର୍ତ୍ତେ ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..