Report Card Odisha

| Daily Odia News

ଆଜି ଦ୍ବିପହର ୧.୩୦ ସୁଦ୍ଧା ଦେଶର ଏକକୋଟିରୁ ଅଧିକ ଲୋକଙ୍କୁ ଟିକାକାରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୧ ତମ ଜନ୍ମଦିନ। ଏହି ଅବସରରେ ଭାତୀୟ ଜନତା ପାର୍ଟି ଦ୍ବାରା ଦେଶର ଭିନ୍ନଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୋଦୀଙ୍କ ଜନ୍ମଦିନ ଅବସରରେ ମେଗା ଭ୍ୟାକସିନ ଅଭିଯାନ ଚାଲିଛି। ଦ୍ବିପହର ସମୟ ୧.୩୦ ପର୍ଯ୍ୟନ୍ତ ଦେଶରେ ଏକକୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି। ଶୁକ୍ରବାର ଏକଲକ୍ଷରୁ ଅଧିକ ସ୍ଥାନରେ ଟିକା ଦିଅଯାଉଛି। କେବଳ ୬ଘଣ୍ଟା ମଧ୍ୟରେ ଏକକୋଟି ଟିକା ଦିଆଯାଇଥିଲା। ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨କୋଟିରେ ପହଞ୍ଚିବ ବୋଲି ଅନୁମାନ ଲଗାଯାଉଛି। ତେବେ ଗୋଟିଏ ଦିନରେ ଏକକୋଟି ଲୋକ ଟିକା ନେବା ଘଟଣା ଚତୁର୍ଥଥର ବୋଲି କୁହାଯାଉଛି। କିପରି ଅଧିକରୁ ଅଧିକ ଲୋକ ଟିକା ନେବେ ସେନେଇ ବିଜେପି ସର୍ବଦା ଉଦ୍ୟମ ଜାରି ରଖିଛି। ବିଜେପିର ଚେଷ୍ଟା ଫଳରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏକକୋଟି ଲୋକ କୋଭିଡ -୧୯ଟିକା ନେଇ ରେକର୍ଡ କରିଛନ୍ତି। ଅଗଷ୍ଟ ୩୧ରେ ଭାରତରେ ୧.୩୦ କୋଟିରୁ ଅଧିକ ଟିକା ଲୋକଙ୍କୁ ଦିଆଯାଇଥିଲା। ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଦିନିକିଆ ଟିକାକରଣ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ୨୭ରେ ଭାରତରେ ପ୍ରଥମ ଥର ପାଇଁ ଏକ କୋଟି ଲୋକ ଟିକା ନେଇଥିଲେ। କୋଭିଡ-୧୯ ବିରୁଦ୍ଧରେ ଭାରତର ଟିକାକରଣକାରୀଙ୍କ ନିରନ୍ତର ଉଦ୍ୟମକୁ ସେଲିବ୍ରେଟ କରିବା। ଆମେ ଟିକାକରଣର ରିଅଲ-ଟାଇମ ଦେଖାଇବା ପାଇଁ ଏକ ଟିକର ଯୋଡିଛୁ | ବର୍ତ୍ତମାନ ୪୨,୦୦୦ ଟିକାକରଣ / ମିନିଟ୍ କିମ୍ବା ୭୦୦/ ସେକେଣ୍ଡରୁ ଅଧିକ ସମୟ କରୁଛୁ ବୋଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମୁଖ୍ୟ ଆର.ଏସ୍ ଶର୍ମା ଟୁଇଟ କରିଛନ୍ତି।

 

 

Breaking News