ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ଲଗାଣ ବର୍ଷା ରଚିଛି ବିଭିସିଖା | ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଅଞ୍ଚଳ ଜଳ ବନ୍ଧୀ ହୋଇ ରହିଛି | ବର୍ଷା କାରଣରୁ ଶୁକ୍ରବାର ଓ ଶନିବାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପଗଡ,ଅୟୋଧ୍ୟା,ଗୋରଖପୁର, ଲକ୍ଷ୍ନୌ ,ଫର୍ସାଟଗଞ୍ଜ,ହମିରପୁର,କୌଶମ୍ବୀ, ଯଉନପୁର, ବାରବାଙ୍କୀ ଏବଂ କାନପୁର ସମେତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା କାରଣରୁ ପ୍ରାୟ ୪୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି। ବାର ବାଙ୍କିରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବରିଷ୍ଠ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ବାରବାଙ୍କିରେ ବର୍ଷା ଥମିବାକୁ ନାଁ ନେଉନାହିଁ। ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। ତେବେ ଅନେକ ସ୍ଥାନରେ କଚ୍ଚାକାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲାଣି। କେବଳ ବାରବାଙ୍କିରେ ନୁହେଁ ବରଂ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରୟାଗରାଜରେ ୬ ଜଣ, ଫତେହପୁର ଏବଂ ବୃନ୍ଦାରେ ୫ ଜଣ, ଜୋନପୁରରେ ୪ ଜଣ, ରାୟବରେଲିରେ ୩ ଜଣ, ପ୍ରତାପଗଡ଼ରେ ଆମେଥୀ ଏବଂ ସୁଲତାନପୁରରେ ଦୁଇ ଜଣ ଏବଂ କୌଶାମ୍ବୀରେ ଜଣଙ୍କର ମୃତ୍ୟୁ ହୋଇଛି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..