Report Card Odisha

| Daily Odia News

ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଜାଣନ୍ତୁ କଣ କରିବେ…..

Denver Neck and Shoulder Pain Treatment

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶରୀର ଯନ୍ତ୍ରଣା ବର୍ତ୍ତମାନ ଲୋକଙ୍କ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ବୟସରେ ବିଭିନ୍ନ ପର୍ଯ୍ୟାୟରେ ଯନ୍ତ୍ରଣା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଶରୀର ଯନ୍ତ୍ରଣାର ଏକ ସାଧାରଣ କାରଣ ହେଲା ମାନସିକ ଚାପ। ଏହା ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ ଫଳରେ ଲୋକେ ସହଜରେ ରୋଗରେ ପଡ଼ିଥାନ୍ତି। ଆଉ ଏକ ସାମାନ୍ୟ କାରଣ ହେଲା ଡିହାଇଡ୍ରେସନ୍। ନିୟମିତ ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇଲେ ଶରୀର କାର୍ଯ୍ୟ କରିବାକୁ ସକ୍ଷମ ହୋଇନଥାଏ। ଶରୀର ଯନ୍ତ୍ରଣାରୁ କିଭଳି ସହଜରେ ମୁକ୍ତି ପାଇବେ ଜାଣନ୍ତୁ ସରଳ ଉପାୟ। ପୁଷ୍ଟିକର ବିଶେଷଜ୍ଞଙ୍କ କହିବାନୁଯାୟୀ ଶରୀର ଯନ୍ତ୍ରଣା ଦୁଇ ପ୍ରକାର ହୋଇପାରେ- ମାଂସପେଶୀରେ ଯନ୍ତ୍ରଣା ଏବଂ ଗଣ୍ଠିରେ ଯନ୍ତ୍ରଣା।

ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ – ପ୍ରୋଟିନ, ଭିଟାମିନ, ମିନେରାଲ୍ସ, କାର୍ବୋହାଇଡ୍ରେଟ୍ ଶରୀର ପାଇଁ ଆବଶ୍ୟକ। ନିଜ ଆହାରେ ଜରୁରୀ ପୋଷାକ ତତ୍ତ୍ୱ ବିଶେଷକରି ଭିଟାମିନ ଡି କୁ ସାମିଲ କରନ୍ତୁ। କାରଣ ଏହା ଶରୀରରେ କ୍ୟାଲସିୟମ ଓ ଫସଫରସ ମାତ୍ରା ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ ହାଡ ଓ ଦାନ୍ତ ମଜବୁତ କରିବା ସହ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ପ୍ରାକୃତିକ ମସଲା ବ୍ୟବହାର କରନ୍ତୁ – ଯଦି ଆପଣ ଶରୀର ଯନ୍ତ୍ରଣାରେ ପୀଡିତ ତାହେଲେ ନିଜ ଭୋଜନରେ ପ୍ରାକୃତିକ ମସଲା ବ୍ୟବହାର କରନ୍ତୁ। ଅଦା, ହଳଦୀ, ଡାଲଚିନି, ରସୁଣ ଆଦିରେ ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହା ଗଣ୍ଠି ଯନ୍ତ୍ରଣା ଓ ମାଂସପେଶୀ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ – ଶରୀରକୁ ହାଇଡ୍ରେଟେଡ୍ ରଖିବା ବହୁତ ମହତ୍ଵପୂର୍ଣ୍ଣ। ପାଣି ଶରୀରକୁ ସାମାନ୍ୟ ଓ ସୁସ୍ଥ ତରିକାରେ କାମ କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ହାଇଡ୍ରେଟେଡ୍ ନ ରଖିଲେ ଡିହାଇଡ୍ରେସନ୍ ଆମ ଟିସୁରୁ ତରଳ ପଦାର୍ଥ ବାହାର କରିଦେଇଥାଏ ଯାହା ମାଂସପେଶୀ ଯନ୍ତ୍ରଣାର କାରଣ ହୋଇଥାଏ। ପର୍ଯ୍ୟାପ୍ତ ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

Breaking News