Report Card Odisha

| Daily Odia News

କେମିତି ପାଇବେ ଘନ-କଳା-ଲମ୍ବା କେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନାରୀ ମାଙ୍କ କେଶ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ | କେଶ ନଥିଲେ ଯେତେ ବେଶ ହେଲେ ଭଲ ଲାଗି ନଥାଏ | ତେଣୁ ସମସ୍ତେ ଆଜିକା ଦିନରେ କେଶକୁ ଘନ, ଲମ୍ବା ଏବଂ କଳା କରିବାକୁ ଚାହୁଁ ଛନ୍ତି | ଆପଣ ଚାହିଁଲେ ପ୍ରାକୃତିକ ଉପାୟ ଅବଲମ୍ବନ କରି ଘରେ ମିଳୁଥିବା ବିଭିନ୍ନ ପରିବା ଓ ଫଳ ଦ୍ୱାରା ବି କେଶକୁ ସୁନ୍ଦର କରି ପାରିବେ…
ଆସନ୍ତୁ ଜାଣିବା କିପରି –

ଆଳୁରସ
ଆଳୁରସକୁ କେଶ ମୂଳରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦେଲେ କେଶକୁ ବହୁ ଫାଇଦା ମିଳିଥାଏ। ଆଳୁରସରେ ଆଇରନ୍‌, ଭିଟାମିନ୍‌-ସି, ଜିଙ୍କ୍‌ , ବିଟା କେରୋଟିନ୍‌ ଏବଂ ଫସ୍‌ଫରସ୍‌ ରହିଛି। ତେଣୁ ଏହା କେଶକୁ ପୋଷଣ ଦେଇଥାଏ ଏବଂ କେଶ ମୂଳର ପି-ଏଚ୍‌ ଲେଭଲ ସନ୍ତୁଳିତ ରଖି ରୁପି ତଥା ଚର୍ମ ସମସ୍ୟାରୁ ମୁକ୍ତି ଦେଇଥାଏ।

ଅଁଳା ଜୁସ୍‌
ଆପଣ ଯଦି ନିୟମିତ ଅଁଳା ଜୁସ୍‌ ପିଉଛନ୍ତି ତା’ହେଲେ କେଶ ପାଇଁ ତାହା ଔଷଧ ଭଳି କାମ ଦେଇଥାଏ। ଅଁଳାରେ ଭିଟାମିନ୍‌-ସି ପ୍ରଚୁର ପରିମାଣରେ ରହିଥାଏ ଏବଂ ଏହା ନାଚୁରାଲ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରିଥାଏ। ତେଣୁ କେଶ ପ୍ରାକୃତିକଭାବେ କଳା ହେବା ସହିତ ଝଡ଼ିବା ବି କମିଯାଇଥାଏ।

ଗାଜର ଜୁସ୍‌
କେଶ ବୁଦ୍ଧିରେ ବେଶ୍‌ ସହାୟକ ହୋଇଥାଏ ଗାଜର। ଏଥିରେ ଏକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା କେଶ ମୂଳକୁ ମଜଭୁତ କରିଥାଏ। ଏଥିରେ ଥିବା ଭିଟାମିନ୍‌ କେଶକୁ କୋମଳ ଓ ମୁଲାୟମ ବି କିରଥାଏ।

Breaking News