Report Card Odisha

| Daily Odia News

୧୧ଟାରେ ଶପଥ ନେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଚରଣଜିତ୍ ସିଂ ଚନି୍ନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ସକାଳ ୧୧ଟାରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେ ପରିବାର ସହମିଶି ରୂପନଗର ଗୁରୁଦ୍ୱାର ଯାଇ ଦର୍ଶନ କରିଛନ୍ତି । ତାଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇପାରନ୍ତି ବୋଲି କୁହାଯାଉଛି । ସେ ଜଣେ ଦଳିତ ଶିଖ । ଆଗାମୀ ବିଧାନସଭା ନିର୍ବାଚନକୁ ଦେଖି ଚନ୍ନିଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି । କ୍ୟାବିନେଟ ମନ୍ତ୍ରୀ ଓ ୩ ଥର ବିଧାୟକ ଥିବା ଚନ୍ନି ଏବେ ପଞ୍ଜାବ କଂଗ୍ରେସର ମଙ୍ଗ ସମ୍ଭାଳିବେ ।

Breaking News