ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ଉପନିର୍ବାଚନରେ ବାଜିମାତ ମାରିବ କିଏ | ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ | ତେଣୁ ଆଜିଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ଲାଗିପଡିଛନ୍ତି । ଭୋଟମାନଙ୍କୁ ଆକୃଷ୍ଟ କରିବାକୁ ସେମାନଙ୍କୁ ନିକଟରେ ପହଞ୍ଚୁଛନ୍ତି । ବିଜେଡି ବିଜେପି ଓ କଂଗ୍ରେସ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି । ବଡ ବଡ ଶୋଭାଯାତ୍ରା ନକରି ଏଥର ଛୋଟ ଛୋଟ ସଭା ଓ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଯୋର ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ।କୋଭିଡ କଟକଣା ଭିତରେ ଧାର୍ଯ୍ୟ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବାକୁ ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜର ସାନି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରି ସାରିଛନ୍ତି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କୁ ମିଶାଇ ୨୦ ଜଣ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ପୂର୍ବରୁ ପିପିଲିରେ ମୁଖ୍ୟମନ୍ତ୍ରୀ ଦଳ ପାଇଁ ପ୍ରଚାର କରିସାରିଛନ୍ତି । ଏବେ କୋଭିଡ କଟକଣାରେ ପ୍ରଚାର ହେଉଥିବାରୁ ୱାଡ ୱାରୀ ବୈଠକ ଓ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଲାଗି ଷ୍ଟାର କ୍ୟାମ୍ପେନର ଭୋଟ ପ୍ରଚାର କରିବା ନେଇ ପ୍ଲାନ କରିଛି ବିଜେଡି । ପିପିଲି ବଡ ବ୍ୟବଧାନରେ ଜିତିବା ଦଳ ପାଇଁ ଚ୍ୟାଲେଞ୍ଜ ବୋଲି ବିଜେଡି କହିଛି । ସେହିପରି ପିପିଲିରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ୨୦ ଜଣିଆ ଷ୍ଟାର ପ୍ରଚାରକ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀ, ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମତେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ପିପିଲିରେ ବିଜେପି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ଦଳ ବିଜୟୀ ହେବ ବୋଲି କହିଛି । ପିପିଲି ଉପନିର୍ବାଚନ ପ୍ରଚାର ଲାଗି କଂଗ୍ରେସର ପ୍ରସ୍ତୁତି । ଦଳର ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କ ଲାଗି ପ୍ରଚାର କରିବାକୁ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ନେଇ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ତାଲିକାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ଆଗଧାଡିର ନେତା ଅଛନ୍ତି । ଷ୍ଟାର ପ୍ରଚାରକ ମାନେ ପ୍ରଚାର ଘର ଘର ବୁଲି ଭୋଟରଙ୍କୁ ଭେଟିବା ଉପରେ ଗୁରୁତ୍ବ ଦେଇଛି କଂଗ୍ରେସ । ଦଳ ପିପିଲିରେ ଭଲ କରିବ ବୋଲି ଆଶା ରଖିଛି ।
More Stories
ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ:ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ….
ବିଜେଡି-ବିଜେପି ମୁହାଁମୁହିଁ;ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା,ବ୍ୟବସ୍ଥା ସବୁ ଏକ କରି ଦେବୁ…..
ସାଙ୍ଗକୁ ହାଣିଲା ସାଙ୍ଗ…..