ରିପୋର୍ଟ କାର୍ଡ / କଟକ
ଦୀର୍ଘଦିନ ପରେ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳାଯିବ | ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳାଯିବ। ସୋମବାର ଦୁବାଇରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ବାଜିଛି। ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇଛି। ବିସିସିଆଇ ଏହି ଖେଳସୂଚୀ ଆନୁଷ୍ଠାନିକ ଭାବେ ଜାରି କରିଛି। ଉଲ୍ଲେଖ ଯୋଗ୍ୟ- ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଶେଷଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜକୁ ଦିନିକିଆ ମ୍ୟାଚ୍ରେ ଭାରତ ପରାସ୍ତ କରିଥିଲା। ପୁଣି ବାରବାଟୀରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ହେବ। ୨୦୨୨ ଆଇପିଏଲ୍ ପାଇଁ ବିସିସିଆଇ କଟକର ବାରବାଟୀ ଷ୍ଟାଡିୟମ୍ କୁ ଅନ୍ୟତମ ଆୟୋଜକ ସହର ଭାବେ ତାଲିକାରେ ରଖିଛି। ଓ୍ଵେଷ୍ଟଇଣ୍ଡି ଭାରତ ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଦିନିକିଆ ମ୍ୟାଚ୍ ସହ ଇଣ୍ଡିଜର ଭାରତ ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନିକିଆ ଆସନ୍ତା ବର୍ଷ ଫେବୃଆରୀ ୬ରେ ଅହମ୍ମଦାବାଦରେ, ଦ୍ଵିତୀୟ ଦିନିକିଆ ଫେବୃଆରୀ ୯ରେ ଜୟପୁର ଏବଂ ତୃତୀୟ ଦିନିକିଆ ଫେବୃଆରୀ ଫେବୃଆରୀ ୧୨ରେ କୋଲକାତାରେ ଖେଳାଯିବ। ଏହା ପରେ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ। ଫେବୃଆରୀ ୧୫ରେ କଟକରେ ପ୍ରଥମ ଟି-୨୦, ଫେବୃଆରୀ ୧୮ରେ ଭାଇଜାଗରେ ଦ୍ଵିତୀୟ ଟି-୨୦ ଏବଂ ଶେଷ ଟି-୨୦ ମୁକାବିଲା ତ୍ରିଭନନ୍ଦ୍ରମରେ ଫେବୃଆରୀ ୨୦ ତାରିଖ ଖେଳାଯିବ।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..