Report Card Odisha

| Daily Odia News

ଜାତିସଂଘ ପାଇଁ ପ୍ରତିନିଧିଙ୍କ ନାଁ ଘୋଷଣା କଲା ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ୱ ସମୁଦାୟ ଦ୍ୱାରା ସ୍ୱୀକୃତି ପାଇବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ଆଫଗାନିସ୍ତାନର ତାଲିବାନ ସରକାର ଦୋହାସ୍ଥିତ ଏହାର ମୁଖପାତ୍ର ସୁହେଲ ସାହିନଙ୍କୁ ଜାତିସଂଘ ପାଇଁ ରାଷ୍ଟ୍ରଦୂତ ଭାବରେ ଘୋଷଣା କରିଛି। ଏଥିସହିତ ଜାତିସଂଘର ସାଧାରଣ ଅଧିବେଶନରେ ସେ ଉଦବୋଧନ ଦେବାକୁ ଏହା ଜାତିସଂଘକୁ ପତ୍ର ଲେଖିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ତାଲିବାନର ପତ୍ର ମିଳିଛି। ଏହା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକି ଲେଖିବା ସହିତ ଜାତିସଂଘର ସାଧାରଣ ଅଧିବେଶନରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୨୦ ତାରିଖରେ ଏହି ପତ୍ର ଲେଖାଯାଇଛି। ଏଥିରେ ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ଗୁଲାମ ଇସାକଜାଇ ଆଉ ଜାତିସଂଘରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ହୋଇ ରହିନାହାନ୍ତି। ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନର ସରକାରୀ ଲେଟର ପ୍ୟାଡରେ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘନି ବହିଷ୍କୃତ ହୋଇଛନ୍ତି। ଜାତିସଂଘ ମୁଖପାତ୍ର ଷ୍ଟିଫାନେ ଡୁଜାରିକ କହିଛନ୍ତି, ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରାଯିବା ପରେ ତାଲିବାନ ପଠାଇଥିବା ପତ୍ରକୁ ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନ ପାଇଁ ରହିଥିବା କ୍ରେଡେନସିଆଲ କମିଟି ସଦସ୍ୟମାନଙ୍କ ନିକଟକୁ ପଠାଇ ଦିଆଯାଇଛି। ୯ ଜଣିଆ କମିଟି ତାହା ଉପରେ ନିଷ୍ପତ୍ତି ନେବେ।

Breaking News