ରିପୋର୍ଟ କାର୍ଡ / କଟକ
ମହାନଦୀ ପାର ହେଉଥିବା ବେଳେ ହାତୀ ଭାସିଯାଇଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ଆଠଗଡ଼ ନିକଟ ମହାନଦୀରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଜି ଭୋରରୁ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସି ଯାଇଛନ୍ତି ହାତୀ ପଲା। ଗୋଟିଏ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ଆଉ ୮ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି। ମୁଣ୍ଡଳିରେ ପାଣିର ସ୍ରୋତ ଅଧିକ ଥିବାରୁ ପାଣି ମଝିରେ ଫସି ରହିଛି ଦନ୍ତା ହାତୀ। ଫସିଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗା ଯାଇଥିବା ଜଣାପଡ଼ିଛି। ହେଲେ ଦନ୍ତାଟି ୪ ଘଣ୍ଟା ହେଲା ଫସିଥିଲେ ବି ଏଯାବତ ସଫଳତା ମିଳିନି।ଘଟଣାସ୍ଥଳରେ ଆଠଗଡ଼ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି। ମାତ୍ର ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି ବୋଲି ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି। ସେପଟେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଆସୁଥିବା ଅନ୍ୟ ଦୁଇ ହାତୀ ମହାନଦୀ ପାଣି ସୁଅରେ ଭାସି ଯାଇଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..