ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ ଏସିଆରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଶକ୍ତି ଭାବରେ ଉଭା ହେଉଥିବା ଚୀନ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଅଷ୍ଟ୍ରେଲିଆ ଓ ଜାପାନ ପ୍ରତିପକ୍ଷଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ ଆଲୋଚନାରେ ସ୍ଥାନ ପାଇଛି। ଏ ସମ୍ପର୍କରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି, ଏହି ବୈଠକରେ ଏକାଧିକ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ଅବସରରେ ଚାଇନା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ତିନି ନେତୃବୃନ୍ଦ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ମୋଦି କ୍ୱାଡ ବୈଠକରେ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ସହିତ ଶାରୀରିକ ଭାବରେ ବୈଠକରେ ଯୋଗଦେବାର ଦିନକ ପୂର୍ବରୁ ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋଦିଙ୍କ ସହିତ ଜାପାନ ପ୍ରଧାନମନ୍ତ୍ରୀ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଚାଇନା ଏହି ଗୋଷ୍ଠୀକୁ ଏସୀୟ ନାଟୋ ଗୋଷ୍ଠୀ ବୋଲି ଅଭିହିତ କରିସାରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ବୈଠକ ଅବସରରେ ଚାଇନାର ଏଭଳି ମନ୍ତବ୍ୟକୁ ଦୃଢ ବିରୋଧ କରିଛନ୍ତି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..