Report Card Odisha

| Daily Odia News

ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ ଓଲଟିଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମର ବୋଟ ଓଲଟି ପଡିଛି | ଏହି ଅଘଟଣ ନରାଜ ମୁଣ୍ଡୁଳିରେ ଘଟିଛି  | ପାଣିର ପ୍ରଖର ସ୍ରୋତ ଥିବାରୁ ବୋଟ ଟି ଓଲଟି ପଡିଥିଲା  | ଓଡ୍ରାଫ୍ ଟିମ୍ ସଦସ୍ୟଙ୍କୁ ମିଶାଇ ମୋଟ  ୭ ଜଣ ହାତୀ ଅପରେସନରେ ସାମିଲ ହୋଇଥିଲେ | ଏହି ବୋଟରେ ଓଟିଭି ବୈଦୁତିକ ଗଣମାଧ୍ୟମର ରିପୋଟର ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ରହିଥିଲେ | ହାତୀକୁ ଘଉଡାଇବା ବେଳେ ପାଣିର ପ୍ରଖର ସ୍ରୋତରେ ବୋଟ ପଡିଯାଇଥିଲା | ଯାହା ଦ୍ୱାରା ବୋଟ ଷ୍ଟାର୍ଟ ହୋଇନଥିଲା, ଫଳରେ ବୋଟ ଟି ଓଲଟି ପଡିଥିଲା | ଅକ୍ଳାନ୍ତ ପରିଶ୍ରମ କରି ରଶି ସାହାଯ୍ୟରେ  ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରାଯାଥିବା ବେଳେ, ଆଉ କିଛି ଜଣଙ୍କୁ ଡଙ୍ଗା ସାହାଯ୍ୟରେ ମତ୍ସ୍ୟଜୀବି ଉଦ୍ଧାର କରିଥିଲେ ବୋଲି ସୂଚନା ମିଳିଛି | ଉଦ୍ଧାର କରି SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଜଣେ ଓଡ୍ରାଫ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି  | ଖୋଜିବା ପାଇଁ ଅଗ୍ନିଶମ ବିଭାଗ ,ଓଡ୍ରାଫ ଏବଂ NDRF ଟିମ ମଧ୍ୟ ଉଦ୍ଧର ପାଇଁ  ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି |

 

 

Breaking News