Report Card Odisha

| Daily Odia News

ଓଡ୍ରାଫ ଯବାନ ସୀତାରାମଙ୍କୁ ସହିଦ ଘୋଷଣାକରିବା କୁ ଦାବି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡି ପ୍ରାଣହାରାଇଥିବା ଓଡ୍ରାଫ ଯବାନ ସୀତାରାମଙ୍କ ମୃତଦେହ ପହଁଚିଲା ଜନ୍ମ ମାଟିରେ | ମହାନଦୀର ମୁଣ୍ଡଳି ଠାରେ ହାତୀକୁ ଉଦ୍ଧାର ଅପରେସନ ବେଳେ ବୋଟ୍ ଟ୍ରାଜେଡିରେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା । ସୀତାରାମ ଚାକିରି କାଳରେ ୫ ଶହରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ | ଶନିବାର ମୃତଦେହ ମିଳିବା ପରେ ତାଙ୍କ ନିଜ ଗାଁରେ ଶୋକର ଛାୟା ଖେଳି ଯାଇଥିଲା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡାକଇପାଳ ଗାଁର ମୁକ୍ତାଝରି ସାହିରେ ତାଙ୍କ ଘର ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଗାଁକୁ ପହଞ୍ଚିଥିଲା । ହେଲେ ରବିବାର ସକାଳେ ସୀତାରାମଙ୍କ ପରିବାର ଲୋକେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଶେଷକୃତ୍ୟ ସମ୍ପନ୍ନ କରିବା ସହ ସୀତାରାମଙ୍କୁ ସହିଦ ଘୋଷଣା ନକଲା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରାଇ ଦେବେନାହିଁ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ସ୍ତ୍ରୀ କହିଛନ୍ତି କି, ସରକାର ତାଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରନ୍ତୁ ଓ ତାଙ୍କୁ ସରକାରୀ ଚାକିରୀ ମିଳୁ ବୋଲି ଦାବିକରିଛନ୍ତି |

 

 

 

Breaking News