ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ବନ୍ଦ ହେଲା ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ | ମହାନାଦୀର ଉପରମୁଣ୍ଡରେ ବର୍ଷା କମିଛି,ତେଣୁ ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରାଯାଇଛି | ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ଳଭଣ୍ଡାରର ଜଳ ସ୍ତର ସକାଳ ୯ଟା ସୁଦ୍ଧା ୬୨୯.୩୩ ଫୁଟ ଥିଲା। ରବିବାର ଦିନ ବନ୍ୟା ଜଳ ଛାଡିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ୬ ଟି ଗେଟ୍ ଖୋଲିଥିଲେ। ରାତି ୯ ଟା ସୁଦ୍ଧା ବନ୍ୟା ଜଳର ଅନ୍ତଃପ୍ରବାହ ଏବଂ ବାହ୍ୟ ପ୍ରବାହ ଯଥାକ୍ରମେ ୭୭,୧୨୬ କ୍ୟୁସେକ୍ ଏବଂ ୧,୨୭,୯୫୦ କ୍ୟୁସେକ୍ ଥିଲା। ବନ୍ୟା ଜଳ ନିଷ୍କାସନ ହେଉଛି ଖୈରମଲରେ ୧. ଲକ୍ଷ ୭୦ କ୍ୟୁସେକ୍ ଥିବା ବେଳେ ବରମୁଲରେ ୧.୨୫ ଲକ୍ଷ କ୍ୟୁସେକ୍ ଏବଂ ମୁଣ୍ଡଳିରେ ୧.୪୬ ଲକ୍ଷ କ୍ୟୁସେକ୍ ଥିଲା।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..