ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାନ୍ଦିପୁର DRDO ତଥ୍ୟ ଚୋରି ଘଟଣାରେ ମିଳୁଛି ଗୋଟେ ପରେ ଗୋଟେ ତଥ୍ୟ | DRDO କର୍ମଚାରୀଙ୍କୁ ହନିଟ୍ରାପ୍ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି । ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିବା ରହସ୍ୟମୟୀ ମହିଳା ୮ ମାସ ଧରି ମୋବାଇଲ୍ ହ୍ୟାକ୍ କରି ରଖିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ମଧ୍ୟ ଯୋଗାଯୋଗ ରଖିଥିଲେ । ସେହିପରି ମହିଳାଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ କିଛି ଅଭିଯୁକ୍ତ । ଜଣେ ଅଭିଯୁକ୍ତ ସଚିନ୍ ଜରିଆରେ ଅଧତ୍କାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ ରହସ୍ୟମୟୀ ମହିଳା । ତେବେ ଏସବୁ ସେ ବିଦେଶରୁ ପରିଚାଳିତ କରୁଥିଲେ । ରହସ୍ୟମୟୀ ମହିଳାଙ୍କ ବାବଦରେ ଏହି ସବୁ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ସୂଚନା ମିଳିଥିଲା, ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ । ସୋସିଆଲ ମିଡିଆ ଜରିଆରେ ଅଭଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲେ ରହସ୍ୟମୟୀ ମହିଳା ଜଣକ । ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଏବଂ ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ । ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଏପରି ତଥ୍ୟ ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….