ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସବୁ ବର୍ଗଙ୍କ ପାଇଁ କରୋନା ଟୀକା ଆଣିବାକୁ ଜୋରଦାର ଚେଷ୍ଟା ଚାଲିଛି | ଏହା ଭିତରେ ୭ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ଶରୀରରେ କୋଭିଡ୍ ଟିକା ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅନୁମତି ଦେଇଛି । ଦେଶରେ କରୋନାର ୩ୟ ଲହର ଆସିଲେ ତାହା ଶିଶୁମାନଙ୍କୁ ବି ଆକ୍ରାନ୍ତ କରିବାର ଆଶଙ୍କା ମଧ୍ୟରେ ସରକାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତି ଉପରେ ଏବେ ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି । ଭାରତୀୟ ବଜାର ପାଇଁ ଆମେରିକୀୟ ଔଷଧ କମ୍ପାନି ନୋଭାଭାକ୍ସ ଟିକାର ଲାଇସେନ୍ସ ପାଇଥିବା ସେରମ ଇନଷ୍ଟିଚ୍ୟୁଟ୍ ଏବେ ଏହି ଟିକାର ପରୀକ୍ଷଣ ୧୨ରୁ ୧୮ ବର୍ଷ ପିଲାଙ୍କଠାରେ କରୁଛି । ସେରମ ଇନଷ୍ଟିଚ୍ୟୁଟର କରୋନା ଟିକା କୋଭିସିଲ୍ଡ ଏବେ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରାୟ ୮୭୦ ନିୟୁତ (୮୭ କୋଟି) ଡୋଜ୍ କୋଭିସିଲଡ ଟିକା ଦିଆଯାଇଛି । ଗତ ମାସରେ ଭାରତୀୟ କମ୍ପାନି ଜାଇଡସ କାଡିଲା ପ୍ରସ୍ତୁତ କରୋନା ଟିକା ଜାଇକୋଭ-ଡିକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦେବାକୁ ଅନୁମତି ମିଳିସାରିଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..