ରିପୋର୍ଟ କାର୍ଡ / ଭଦ୍ରକ
ମେସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି | ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳରେ | ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ମହିଳା କଲେଜରେ ପଢ଼ୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସୋମବାର ରାତିରେ ଛାତ୍ରୀଜଣଙ୍କ କବାଟ ବନ୍ଦ କରି ବେକରେ ଫାଶି ଲଗାଇଥିଲେ। ଏନେଇ ମେସ୍ ମାଲିକ ଜାଣିବା ପରେ ପୋଲିସ ଓ ଛାତ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାରଲୋକେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବନି।






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..