ରିପୋର୍ଟ କାର୍ଡ / ବରଗଡ଼
ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ଖବର ଆସିଛି | ବରଗଡ ଟାଉନ ଥାନା ଅମ୍ବାପାଲି ଖେଳପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ମୃତ ଯୁବକ ଜଣକ ଅତବିରା ଥାନା ଅନ୍ତର୍ଗତ ମହମ୍ମଦ କାସିମ ବୋଲି ଜଣା ପଡ଼ିଛି । ସବୁଦିନ ପରି ବରଗଡ଼ ଡେମକଲୋନୀ ନିକଟସ୍ଥ କାସିମ ଲେଦ ଗ୍ୟାରେଜରେ କାମ କରିବାକୁ ଆସିଥିଲେ । କିନ୍ତୁ ରାତିରେ ଘରକୁ ଫେରିନଥିଲେ । ଆଜି ସକାଳୁ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗଳା କାଟି ହତ୍ୟା କରିଥିବା ଏବଂ କାହା ସହିତ ପୂର୍ବ ଶତ୍ରୁତା ନଥିବା କହୁଛନ୍ତି ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..