ରିପୋର୍ଟ କାର୍ଡ / କଟକ
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା ୫ ଜଣଙ୍କୁ ଗିରଫ କରି ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେବ ବୋଲି ସୂଚନା ମିଳିଛି । ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ। ବ୍ୟାଙ୍କ ଆକାଉଣ୍ଟ, ମହିଳା ବିଦେଶୀ ଥିବାରୁ ଇଣ୍ଟରପୋଲର ସହାୟତ ନେବ କ୍ରାଇମବ୍ରାଞ୍ଚ । ଇଣ୍ଟରପୋଲ ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହା ବ୍ୟତୀତ ଏହି ମାମଲାରେ ରହସ୍ୟମୟୀଙ୍କ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ କରାଯାଇଛି । ଡାଟା ଭେରିଫାଏ ହେଲା ପରେ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବୁ ।’






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……